Saturday, 4 April 2020

ଯଦି କୋରନା ସଂକ୍ରମିତ ବ୍ୟକ୍ତି ଆପଣଙ୍କ ଆଖପାଖରେ ଥିବେ, ତେବେ ଆପଣ ମୋବାଇଲ ଦେବ ସତର୍କର ଘଣ୍ଟି ! ଶିଘ୍ର ଏହି APPକୁ ଇନଷ୍ଟଲ୍ କରନ୍ତୁ


ଯଦି କୋରନା ସଂକ୍ରମିତ ବ୍ୟକ୍ତି ଆପଣଙ୍କ ଆଖପାଖରେ ଥିବେ, ତେବେ ଆପଣ ମୋବାଇଲ ଦେବ ସତର୍କର ଘଣ୍ଟି ! ଶିଘ୍ର ଏହି APPକୁ ଇନଷ୍ଟଲ୍ କରନ୍ତୁ ।


COVID-19, ଏହି ଜୀବାଣୁ ବର୍ତ୍ତମାନ ସାରା ଦେଶରେ ହାହାକାର ସୃଷ୍ଟି କରିଛି । ବିଶ୍ଵର ଚାରିଆଡେ ଏହି ଭାଇରସ୍ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି । କୋରନା ଜୀବାଣୁର ପ୍ରକୋପରୁ ରକ୍ଷା ପାଇବା ପାଇଁ ସମଗ୍ର ଭାରତ ବର୍ଷରେ ଲକ୍ ଡାଉନ୍ ଚାଲିଛି ଏବଂ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟ ଏହି ସବୁ ନିୟମକୁ ପାଳନ କରିବା ପାଇଁ ନିବେଦନ କରିଛନ୍ତି । ଏହି ନିୟମକୁ ଅନୁସରଣ କରିବା ଦ୍ଵାରା ଆପଣ କୋରନା ଠାରୁ ସୁରକ୍ଷା ପାଇପାରିବେ । ଏହା ସତ୍ତ୍ୱେ ମଧ୍ୟ ଆମ ଚତୁଃପାର୍ଶ୍ଵରେ ଅନେକ ଲୋକ ଯିବା ଆସିବା କରନ୍ତି । କୋରନା ଏକ ସଂକ୍ରମିତ ରୋଗ ଅଟେ । ସଂକ୍ରମିତ ଵ୍ୟକ୍ତିଙ୍କର ସମ୍ପର୍କରେ ଆସିବା ଦ୍ଵାରା ଏହି ରୋଗ ବ୍ୟାପିଥାଏ । ହେଲେ କୋବିଡ଼-୧୯ର ସଂକ୍ରମିତ କେଉଁ ବ୍ୟକ୍ତି ହୋଇଛନ୍ତି ଏହା ଜାଣିବା ବହୁତ କଷ୍ଟକର ଅଟେ । ଏହାର ଲକ୍ଷଣ ୧୪ ଦିନ ଭିତରେ ଆଗକୁ ଆସିପାରେ । ଏହି ପରିସ୍ଥିତିରେ ଏହା କହିବା ବହୁତ କଷ୍ଟସାଧ୍ୟ ଯେ, କେଉଁ ବ୍ୟକ୍ତିମାନେ କୋରନାରେ ସଂକ୍ରମଣ ହୋଇଛନ୍ତି ? ଏହାକୁ ଆଖି ଆଗରେ ରଖି ସମଗ୍ର ଦେଶକୁ ଲକ୍ ଡାଉନ୍ କରାଯାଇଛି । ଯାହା ଫଳରେ ଲୋକମାନଙ୍କ ଭିଡ଼ ହେବ ନାହିଁ ।
ଲକ୍ ଡାଉନ୍ ପରେ ମଧ୍ୟ କିଛି ଜରୁରୀ ସେବାଗୁଡିକ ଚାଲୁ ରଖାଯାଇଛି ଯେମିତିକି ସଉଦା ଦୋକାନ, ପରିବା ଦୋକାନ… ଇତ୍ୟାଦି । ଆପଣ ଏହି ଜରୁରୀ ସେବା ପାଇଁ ନିଶ୍ଚିତ ଥରେ ଯାଉଥିବେ । ତେବେ ସେଠି କାହାକୁ କୋରନା ପଜିଟିଭ ହେଇଛି, ତାହା ଜାଣିବା ବହୁତ କଷ୍ଟକର ଅଟେ । ତେବେ ଏହି କଷ୍ଟକୁ ସହଜ କରିବା ପାଇଁ କେନ୍ଦ୍ର ସରକାର ଏକ ଆପ୍ ଲଞ୍ଚ କରିଛନ୍ତି । ଯଦି ଆପଣ କେଉଁ ସଂକ୍ରମଣ ବ୍ୟକ୍ତି ପାଖରେ ଠିଆ ହୋଇଛନ୍ତି; ତେବେ ଏହା ଆପଣଙ୍କୁ ସୂଚିତ କରେଇଦେବ । ହେଲେ ବନ୍ଧୁଗଣ ବିନା ଜରୁରୀ କାର୍ଯ୍ୟରେ ଆପଣ ଘରୁ ବହରାନ୍ତୁ ନାହିଁ, ଲକ୍ ଡାଉନ୍ ପର୍ଯ୍ୟନ୍ତ ଘରେ ରୁହନ୍ତୁ ଏବଂ ନିଜକୁ ସର୍ବଦା ସଫାସୁତର ରୁହନ୍ତୁ । ତେବେ ଚାଲନ୍ତୁ ଜାଣିବା ସେହି ଆପ୍ ବିଷୟରେ :

ଆରୋଗ୍ୟ ସେତୁ Setup :

ଏହି APPର ନାମ କେନ୍ଦ୍ର ସରକାର “ଆରୋଗ୍ୟ ସେତୁ” ରଖିଛନ୍ତି । କେନ୍ଦ୍ର ସରକାରଙ୍କର ଆଇଟି ମନ୍ତ୍ରାଳୟର ଏକ ଅଫିସରଙ୍କ ଜଣାଇଛନ୍ତି ଯେ, ଆରୋଗ୍ୟ ସେତୁ ନାମକ ଏକ ଆପ୍ ଲଞ୍ଚ କରାଯାଇଛି । ଏହି ଆପ୍ ରେ ହିନ୍ଦୀ ଏବଂ ଇଂରାଜୀ ସହିତ ଅନ୍ୟ ୧୧ଟି ଭାଷା ରହିଛି । ଏହା ଆପ୍ ଜରିଆରେ ପ୍ରଦାନ କରାଯାଉଥିବା ସେବା ସଂପୂର୍ଣ୍ଣ ମାଗଣା ଅଟେ । ଏହାକୁ ଯେ କୌଣସି ବ୍ୟକ୍ତି ଅତି ସହଜରେ ବ୍ୟବହାର କରିପାରିବେ । ଅଫିସର୍ କହିଛନ୍ତି ଯେ, ଏହି ଆପ୍ ମାଗଣାରେ କୋରନା ଭାଇରସ୍ ସହ ଥିବା ସବୁ ତଥ୍ୟ କହିବ ।

ଆରୋଗ୍ୟ ସେତୁ କିପରି କାମ କରିବ :-

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି ଆପ୍ AI ଅର୍ଥାତ ଆରଟିଫିସିଆଲ ଇଣ୍ଟେଲିଜେନ୍ସି ଦ୍ଵାରା ଆପଣଙ୍କୁ ଜଣାଇ ଦେବା ଯଦି ଆପଣଙ୍କ ଆଖପାଖରେ କେହି କୋରନା ସଂକ୍ରମିତ ବ୍ୟକ୍ତିଅଛନ୍ତି ! ଯେତେବେଳେ ଆପଣ ଏହି ଆପ୍ଲିକେସନଟି ନିଜ ମୋବାଇଲରେ ଇନଷ୍ଟଲ୍ କରିବେ, ଇନଷ୍ଟଲ୍ ହେବ ପରେ ଆପଣଙ୍କ ସମ୍ମୁଖରେ କିଛି ପ୍ରଶ୍ନ ଆସିବା, ଆପଣଙ୍କୁ ଉତ୍ତର ଦେବାକୁ ପଡିବ । ନିଜର ବ୍ଲୁତୁଥ ଓ ଲୋକେଶନକୁ ସର୍ବଦା ସହମତି (enable mode) ଦେବାକୁ ହେବ । ଆପଣଙ୍କ ସୂଚନା ପାଇଁ ଜଣାଇ ଦେଉଛୁ ଯେ, ଏହି ଆପ୍ ଏକ ଏଲଗୋରିଦିମ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସାଦୃଶ୍ୟ ଅଟେ । ଏହା ମାଧ୍ୟମରେ ଆପଣଙ୍କ ଆଖପାଖର ଲୋକ ଯଦି କରୋନା ଦ୍ଵାରା ସଂକ୍ରମିତ ହୋଇଥିବେ, ତେବେ ଏହି ଆପ୍ ଜରିଆରେ ଆରଟିଫିସିଆଲ ଇଣ୍ଟେଲିଜେନ୍ସି ଗୋଷ୍ଟୀ ଜାଣିପାରିବେ । କିନ୍ତୁ ଏଥି ନିମନ୍ତେ ଏକ ସର୍ତ୍ତ ରହିଛି ଯେ, ସଂକ୍ରମିତ ବ୍ୟକ୍ତିଙ୍କର ମଧ୍ୟ ଆରୋଗ୍ୟ ସେତୁ ଆପ୍ ବ୍ୟବହାର କରୁଥିବା ଦରକାର ।
ଏହା ଏକ ନୂଆ ଆପ୍ ଯାହା ପ୍ରାଇଭେଟ୍ ପବ୍ଲିକ ପାର୍ଟନରଶିପ୍ ଦ୍ୱାରା ପ୍ରସ୍ତୁତ ହୋଇଛି । IT ମନ୍ତ୍ରାଳୟ ତତ୍ତ୍ଵାବଧନରେ ଏହି ଆପ୍ ତିଆରି କରାଯାଇଛି । ଏଥିରେ ଏହା ସୂଚିତ କରାଯାଉଛି କି ନାଗରିକଙ୍କର ତଥ୍ୟ ସୁରକ୍ଷିତ ରହିବ । ଏହା ଆଉ କେଉଁ କାମ ପାଇଁ ବ୍ୟବହୃତ ହେବ ନାହିଁ । ଲୋକମାନେ ଏହି ଆପ୍ ଜରିଆରେ ଆର୍ଥିକ ସତର୍କ ରହିବେ ଏବଂ ଲୋକମାନଙ୍କ ଠୁ ଦୁରେଇ ରହିବେ ।

No comments:

Post a Comment