Saturday, 27 June 2020

ଦେଶର ୮ ଟି ରାଜ୍ୟରେ ରହିଛି ୮୫% କରୋନା ମାମଲା

 





ନୂଆଦିଲ୍ଲୀ: ଦିନକୁ ଦିନ ବଢୁଛି କରୋନା ଚିନ୍ତା। ଦେଶରେ ୮ଟି ରାଜ୍ୟରେ ସର୍ବାଧିକ ୮୫.୫ ପ୍ରତିଶତ କରୋନା ମାମଲା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ-୧୯ ସଂକ୍ରାନ୍ତ ସପ୍ତଦଶ ଉଚ୍ଚ ମନ୍ତ୍ରୀମଣ୍ଡଳସ୍ତରୀୟ ବୈଠକରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି । ଦିଲ୍ଲୀର ନିର୍ମାଣ ଭବନଠାରେ ଭିଡିଓ କନଫରେନ୍ସ ମାଧ୍ୟମରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ. ଜୟଶଙ୍କର, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ ଯୋଗଦେଇଥିଲେ ।
ଦେଶର ସାଂପ୍ରତିକ କୋଭିଡ-୧୯ ସ୍ଥିତି, ଆରୋଗ୍ୟ ଓ ମୃତ୍ୟୁ ହାର, ନମୁନା ପରୀକ୍ଷଣ ଓ ଭିତ୍ତିଭୂମି ଇତ୍ୟାଦି ନେଇ ଜିଓଏମ ବୈଠକକୁ ଅବଗତ କରାଯାଇଥିଲା । ଏଥିରେ ସୂଚନା ଦିଆଯାଇଥିଲା ଯେ, ବର୍ତ୍ତମାନ ଦେଶର ମୋଟ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟରୁ ୮ ଟି ରାଜ୍ୟରେ ଅଛନ୍ତି ଶତକଡା ୮୫.୫ ଭାଗ ରୋଗୀ । ଅନ୍ୟପଟେ କରୋନା ମୃତକଙ୍କ ମଧ୍ୟରୁ ମଧ୍ୟ ଶତକଡା ୮୭ ଭାଗ ଏହି ୮ଟି ରାଜ୍ୟରେ ରହିଛନ୍ତି । ଏହି ୮ ରାଜ୍ୟ ଗୁଡିକ ଯଥାକ୍ରମେ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ତେଲଙ୍ଗାନା, ଗୁଜରାଟ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଅଟନ୍ତୁ । ଅଦ୍ୟାବଧି ଜନସ୍ୱାସ୍ଥ୍ୟ ବିଶେଷଜ୍ଞ, ସଂକ୍ରମଣ ବିଶେଷଜ୍ଞ, ଟେକନିସିଆନ ଏବଂ ବରିଷ୍ଠ ଯୁଗ୍ମସ୍ତରୀୟ ଅଧିକାରୀଙ୍କ ନେତୃତ୍ଵରେ ୧୫ ଟି କେନ୍ଦ୍ରୀୟ ଦଳ ରାଜ୍ୟଗୁଡିକୁ ବୈଷୟିକ ନିୟମଗୁଡିକ ଉପରେ ଅବଗତ କରାଉଛନ୍ତି । ଅନ୍ୟ ଏକ କେନ୍ଦ୍ରୀୟ ଦଳ ବର୍ତ୍ତମାନ ଗୁଜରାଟ, ମହାରାଷ୍ଟ୍ର ଏବଂ ତେଲଙ୍ଗାନା ଗସ୍ତରେ ଥାଇ ସେଠାକାର କୋଭିଡ-୧୯ ପରିଚାଳନା ସମ୍ପର୍କରେ ଟିକିନିଖି ତଥ୍ୟ ହାସଲ କରୁଛନ୍ତି । ଜିଓଏମକୁ ଆଇଟିଆଇଏଚଏଏସ ଏବଂ ଆରୋଗ୍ୟ ସେତୁର ଉପକାରିତା ସମ୍ପର୍କରେ ବୁଝାଯାଇଥିଲା, ଯାହାକି ବର୍ତ୍ତମାନ ବିଭିନ୍ନ ରାଜ୍ୟରେ କରୋନା ମୁକାବିଲା କ୍ଷେତ୍ରରେ ଯଥେଷ୍ଟ ଉପାଦେୟ ପ୍ରମାଣିତ ହୋଇଛି ।
ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅବଧାଞ୍ଚଳରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଥିବା ଜିଓଏମକୁ ଅବଗତ କରାଯାଇଥିଲା । ଏଥିରେ ନମୁନା ପରୀକ୍ଷଣର ସଂପୂର୍ଣ୍ଣ ଉପଯୋଗ, ସମାଜରେ ବୟସ୍କ ଓ ପୁରୁଣା ରୋଗ ଲକ୍ଷଣ ଥିବା ରୋଗୀ ଚିହ୍ନଟ, ସମ୍ଭାବ୍ୟ ହଟସ୍ପଟର ଆକଳନ, ଆରୋଗ୍ୟ ସେତୁର ଉପଯୋଗ ଓ ପ୍ରକୃତ ଚିକିତ୍ସା ଦ୍ଵାରା ମୃତ୍ୟୁ ସଂଖ୍ୟା ହ୍ରାସ, ସାଂଘାତିକ ରୋଗୀମାନଙ୍କ ପାଇଁ ସ୍ଵତନ୍ତ୍ର ଅମ୍ଳଜାନ ସଂଯୁକ୍ତ ଶଯ୍ୟା ଓ ଭେଣ୍ଟିଲେଟର ଇତ୍ୟାଦି ଅନ୍ତର୍ଭୁକ୍ତ । ଆଇସିଏମଆରର ମହାନିର୍ଦ୍ଦେଶକ ଡଃ ଭାର୍ଗବ ଆଇସିଏମଆର ପକ୍ଷରୁ ନମୁନା ପରୀକ୍ଷଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ । ସେ ସେରୋଲୋଜିକାଲ ସର୍ଭେ ଏବଂ ବିଭିନ୍ନ ପରୀକ୍ଷା ଦ୍ଵାରା ନମୁନା ପରୀକ୍ଷଣ ବୃଦ୍ଧି ସମ୍ପର୍କରେ ସୂଚନା ଦେଇଥିଲେ ।
ଗତ ୨୪ ଘଣ୍ଟା ମଧ୍ୟରେ ନମୁନା ପରୀକ୍ଷଣ ୨,୨୦,୪୭୯କୁ ବୃଦ୍ଧି ପାଇଥିବା ବେଳେ ଏପର୍ଯ୍ୟନ୍ତ ମୋଟ ୭୮,୯୬,୭୦୭ନମୁନା ପରୀକ୍ଷଣ କରାଯାଇଛି । ଦେଶରେ ବର୍ତ୍ତମାନ ୧୦୨୬ ଟି ଉତ୍ସର୍ଗୀକୃତ ରୋଗ ନିରୂପଣ ପରୀକ୍ଷାଗାର ରହିଛି । ଏଥିରେ ୭୪୧ ଟି ସରକାରୀ ଥିବାବେଳେ ୨୮୫ଟି ବେସରକାରୀ ପରୀକ୍ଷାଗାର ଅଛି ।
ଦେଶରେ ବର୍ତ୍ତମାନ କୋଭିଡ-୧୯ ପରିଚାଳନା ଭିତ୍ତିଭୂମି ଯଥେଷ୍ଟ ବୃଦ୍ଧି ପାଇଥିବା ନେଇ ଜିଓଏମକୁ ଅବଗତ କରାଯାଇଥିଲା । ବର୍ତ୍ତମାନ ୧୦୩୯ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ ଥିବା ବେଳେ ୧,୭୬,୨୭୫ ଏକାନ୍ତବାସ ଶଯ୍ୟା, ୨୨,୯୪୦ ଆସିୟୁ ଶଯ୍ୟା, ୭୭,୨୬୮ ଅମ୍ଳଜାନ ସହାୟତା ଯୁକ୍ତ ଶଯ୍ୟା ରହିଛି । ସେହିପରି ୨୩୯୮ ଟି ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧,୩୯,୪୮୩ ଏକାନ୍ତବାସ ଶଯ୍ୟା, ୧୧,୫୩୯ ଆଇସିୟୁ ଶଯ୍ୟା ଏବଂ ୫୧,୩୨୧ ଅମ୍ଳଜାନ ସଂଯୁକ୍ତ ଶଯ୍ୟା ମଧ୍ୟ କାର୍ଯ୍ୟକ୍ଷମ ରହିଛି । ଏହାଛଡା ୮,୯୫୮ଟି କୋଭିଡ କେୟାର ସେଣ୍ଟରରେ ୮,୧୦,୬୨୧ଟି ଶଯ୍ୟା କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉପଲବ୍ଧ ହେଉଛି ।

Friday, 26 June 2020

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି , ବିମାନରେ ଏବେ ବୁକିଂ ହୋଇପାରିବ ମଝି ସିଟ୍


 





ନୂଆଦିଲ୍ଲୀ ୨୭।୦୬: ବିମାନ ଉଡାଣ କମ୍ପାନୀଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତିକର ଖବର । ଏଣିକି ବିମାନର ମଝି ସିଟ୍‌ ପାଇଁ ବୁକିଂ କରିପାରିବେ ଯାତ୍ରୀ, ମଝି ସିଟ୍‌ରେ ଯାତ୍ରା ମଧ୍ୟ କରିପାରିବେ । ସୁପ୍ରିମକୋର୍ଟ ଦେଶର ବିମାନ ଉଡାଣ କମ୍ପାନୀଙ୍କୁ ଶୁକ୍ରବାର ଦିନ ଆଶ୍ୱସ୍ତିକର ଖବର ପ୍ରଦାନ କରିଛନ୍ତି । ବିମାନର ମଝି ସିଟ୍‌ ପାଇଁ ବୁକିଂ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍‌ ସଂଜୟ କିଶାନ କୌଲ ଓ ଜଷ୍ଟିସ୍‌ ବି.ଆର୍‌ ଗବଇଙ୍କ ଅବକାଶକାଳୀନ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଏୟାର ଇଣ୍ଡିଆର ପାଲଲ ଦେବେନ୍‌ କନାନୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।
ସେ କରୋନା ମହାମାରୀ ସମୟରେ ବିମାନର ମଝି ସିଟ୍‌ରେ ବୁକିଂ କରିବା ପାଇଁ ବମ୍ବେ ହାଇକୋର୍ଟଙ୍କ ନିର୍ଣ୍ଣୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ୩୧ ମେ ଘୋଷିତ ନିର୍ଦ୍ଦେଶକୁ ନେଇ ବିରୋଧ କରି ଏକ ମାମଲା ଦାୟର ହୋଇଥିଲା । ସୁପ୍ରିମକୋର୍ଟରେ ଏବେ ଅବକାଶ ଜାରି ରହିଛି । କିନ୍ତୁ ଏହି ସମୟରେ ମାମଲା ଦାୟର ହୋଇଥିଲା, ଏବଂ ସୁପ୍ରିମକୋର୍ଟଙ୍କ ଏହି ମାମଲାର ଶୁଣାଣି କରିଛନ୍ତି । ବିମାନର ମଝି ସିଟ୍‌ ବୁକିଂ ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ମଝି ସିଟ୍‌ ବୁକିଂକୁ ନେଇ ଚାଲିଥିବା ବିବାଦରେ କିଛିଟା ଅନ୍ତ ଘଟିଛି ବୋଲି ମନେ କରାଯାଉଛି । ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ବୁକିଂ ହେବେ ବିମାନର ମଝି ସିଟ୍‌

ଦେଶରେ ୫ ଲକ୍ଷ ଟପିଲା କରୋନା ସଂକ୍ରମଣ ସଂଖ୍ୟା : ୨୪ ଘଣ୍ଟାରେ ୧୮ ହଜାର ୫୫୨ ନୂଆ ମାମଲା

ଦେଶରେ କରୋନା ସଂକ୍ରମଣ ମାମଲା ହୁ ହୁ ହୋଇ ବଢିଚାଲିଛି | ଦେଶରେ ସଂକ୍ରମଣ ସଂଖ୍ୟା ୫ ଲକ୍ଷ ୮ ହଜାର ୯୫୩ ରେ ପହଞ୍ଚିଛି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଦ୍ୱାରା ଶନିବାର ଦିନ ଜାରି ହୋଇଥିବା ତାଲିକା ଅନୁସାରେ ଗତ ୨୪ ଘଣ୍ଟାରେ ୧୮ ହଜାର ୫୫୨ ନୂଆ ମାମଲା ସାମ୍ନାକୁ ଆସିଛ

 

 ୩୮୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ହଜାର ୨୪୪ ଜଣ ସୁସ୍ଥ ହୋଇଛନ୍ତି | ଆଇସିଏମଆର ଅନୁଯାୟୀ ଦେଶରେ ଏବେ ସୁଦ୍ଧା ୭୯ ଲକ୍ଷ ୯୬ ହଜାର ୭୦୭ ଜଣଙ୍କ କରୋନା ଯାଞ୍ଚ ହୋଇସାରିଛି | ୨୪ ଘଣ୍ଟାରେ ୨ ଲକ୍ଷ ୨୦ ହଜାର ୪୭୯ ଜଣଙ୍କ ନମୁନା ଯାଞ୍ଚ ହୋଇଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ବର୍ତ୍ତମାନ ଦେଶରେ ୧ ଲକ୍ଷ ୯୭ ହଜାର ୩୮୭ ଆକ୍ଟିଭ ମାମଲା ରହିଛି, ୨ ଲକ୍ଷ ୯୫ ହଜାର ୮୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୫ ହଜାର ୬୮୫ ଜଣଙ୍କ ମୃତ୍ୟୁ ହୋଇଛି |
ଦେଶରେ ଏବେ ସୁଦ୍ଧା ଯାଞ୍ଚ ହୋଇଥିବା ନମୁନାରୁ ୫ ଲକ୍ଷ ୮ ହଜାର ୯୫୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ଦେଶରେ ପଜିଟିଭ ହାର ୮.୪୧ ପ୍ରତିଶତ ରହିଛି | ଅପରପକ୍ଷରେ ଆକ୍ଟିଭ ମାମଲା ଓ ସୁସ୍ଥ ଲୋକଙ୍କ ସଂଖ୍ୟା ୯୮ ହଜାର ୪୯୩ ମାମଲାର ଅନ୍ତର ରହିଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ତାଲିକା ଅନୁସାରେ ଆଣ୍ଡାମାନ ନିକୋବରରେ ୭୨, ଆନ୍ଧ୍ର ପ୍ରଦେଶରେ ୧୧ ହଜାର ୪୮୯, ଅରୁଣାଚଳ ପ୍ରଦେଶରେ ୧୭୨, ଆସାମରେ ୬୬୦୭, ବିହାରରେ ୮୭୧୬, ଛତିଶଗଡ଼ରେ ୨୫୪୫, ଦିଲ୍ଲୀରେ ୭୭ ହଜାର ୨୪୦, ଗୋଆରେ ୧୦୩୯, ଗୁଜରାଟରେ ୩୦ ହଜାର ୯୫, ହରିୟାଣାରେ ୧୨ ହଜାର ୮୮୪, ଜାମ୍ମୁ କାଶ୍ମୀରରେ ୬ ହଜାର ୭୬୨, ଝାରଖଣ୍ଡରେ ୨୨୯୦, କର୍ଣ୍ଣାଟକରେ ୧୧ ହଜାର ୫, କେରଳରେ ୩ ହଜାର ୮୭୬, ଲଦାଖରେ 946, ମଧ୍ୟ ପ୍ରଦେଶରେ ୧୨ ହଜାର ୭୯୮, ମହାରାଷ୍ଟ୍ରରେ ୧ ଲକ୍ଷ ୫୨ ହଜାର ୭୬୫, ଓଡିଶାରେ ୬ ହଜାର ୧୮୦, ରାଜସ୍ଥାନରେ ୧୬ ହଜାର ୬୬୦, ପଞ୍ଜାବରେ ୪ ହଜାର ୯୫୭, ତାମିଲନାଡୁରେ ୭୪ ହଜାର ୬୨୨, ଉତ୍ତର ପ୍ରଦେଶରେ ୨୦ ହଜାର ୯୪୩, ପଶ୍ଚିମବଙ୍ଗରେ ୧୬ ହଜାର ୧୯୦ ମାମଲା ରହିଛି

ଦେଶରେ ଗତ ୨୪ ଘଣ୍ଟାରେ ୧୮,୫୫୨ ନୂଆ ଆକ୍ରାନ୍ତ ଚିହ୍ନଟ

ଦେଶରେ ଗତ ୨୪ ଘଣ୍ଟାରେ ୧୮,୫୫୨ ନୂଆ ମାମଲା ସାମନାକୁ ଆସିଥିବାବେଳେ ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷରୁ ଉର୍ଦ୍ଧ୍ୱକୁ ଟପିଯାଇଛି । ଦେଶରେ ମୋଟ ସଂକ୍ରମିତଙ୍କ ୫୦୮,୯୫୩ରେ ଆସି ପହଞ୍ଚିଲାଣି । ଏହା ବାଦ୍ ଦେଶରେ ୧୫,୬୮୫ ଜଣଙ୍କ ମୃତ୍ୟୁ ମଧ୍ୟ ଘଟି ସାରିଲାଣି । ମହାରାଷ୍ଟ୍ରରେ କେବଳ ୧୫୨୭୬୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଠାରେ ମୃତକଙ୍କ ସଂଖ୍ୟା ୭,୧୦୬ରେ ଆସି ପହଞ୍ଚିଲାଣି ।










ସେହିଭଳି ଦିଲ୍ଲୀରେ ମଧ୍ୟ କରୋନା ପ୍ରକୋପ ଥମିବାର ନାମ ନେଉ ନାହିଁ । ଦିଲ୍ଲୀରେ ୭୭,୨୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନ୍ୟପଟେ ୪୭୦୯୧ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଏଠାରେ ବର୍ତ୍ତମାନ ୨୭,୬୫୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଅନ୍ୟପଟେ ୨୪୯୨ ଜଣଙ୍କ ମୃତ୍ୟୁ ଘଟିଛି ।
ଯଦି ଓଡିଶା କଥା କହିବା ତେବେ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩୫୦ରେ ଆସି ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୧୯୦୩ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ସେହିଭଳି ୪,୪୨୨ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବାବେଳେ ମୃତକ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି ।

କରୋନାରେ ଗଲା ଆଉ ଜଣଙ୍କ ଜୀବନ - ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ରାଜ୍ୟରେ ଆଜି ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲାର ଜଣେ ୬୮ ବର୍ଷୀୟ ପୁରୁଷ। ସେ ରକ୍ତଚାପ ଓ ଡାଇବେଟିସ ରୋଗରେ ମଧ୍ୟ ପୀଡ଼ିତ ଥିଲେ। ଏହାସହ କେବଳ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି।
ସେହିପରି ଆଜି ରାଜ୍ୟରେ ୧୭୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୪୩ କ୍ଵାରେଣ୍ଟାଇନ୍‌ ଓ ୨୭ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।
ଏହାସହ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୩୫୦ରେ ପହଞ୍ଚିଛି। ସେହିପରି ୪,୪୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୯୦୩ ଜଣ ସକ୍ରିୟ ରହିଛନ୍ତି। ଆଜିକୁ ମିଶାଇ ରାଜ୍ୟରେ କରୋନା ଯୋଗୁଁ ୧୮ ଜଣଙ୍କ ମୃତ୍ୟୁ ହୋଇଛି।