Friday, 26 June 2020

ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି , ବିମାନରେ ଏବେ ବୁକିଂ ହୋଇପାରିବ ମଝି ସିଟ୍


 





ନୂଆଦିଲ୍ଲୀ ୨୭।୦୬: ବିମାନ ଉଡାଣ କମ୍ପାନୀଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତିକର ଖବର । ଏଣିକି ବିମାନର ମଝି ସିଟ୍‌ ପାଇଁ ବୁକିଂ କରିପାରିବେ ଯାତ୍ରୀ, ମଝି ସିଟ୍‌ରେ ଯାତ୍ରା ମଧ୍ୟ କରିପାରିବେ । ସୁପ୍ରିମକୋର୍ଟ ଦେଶର ବିମାନ ଉଡାଣ କମ୍ପାନୀଙ୍କୁ ଶୁକ୍ରବାର ଦିନ ଆଶ୍ୱସ୍ତିକର ଖବର ପ୍ରଦାନ କରିଛନ୍ତି । ବିମାନର ମଝି ସିଟ୍‌ ପାଇଁ ବୁକିଂ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍‌ ସଂଜୟ କିଶାନ କୌଲ ଓ ଜଷ୍ଟିସ୍‌ ବି.ଆର୍‌ ଗବଇଙ୍କ ଅବକାଶକାଳୀନ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଏୟାର ଇଣ୍ଡିଆର ପାଲଲ ଦେବେନ୍‌ କନାନୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।
ସେ କରୋନା ମହାମାରୀ ସମୟରେ ବିମାନର ମଝି ସିଟ୍‌ରେ ବୁକିଂ କରିବା ପାଇଁ ବମ୍ବେ ହାଇକୋର୍ଟଙ୍କ ନିର୍ଣ୍ଣୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ୩୧ ମେ ଘୋଷିତ ନିର୍ଦ୍ଦେଶକୁ ନେଇ ବିରୋଧ କରି ଏକ ମାମଲା ଦାୟର ହୋଇଥିଲା । ସୁପ୍ରିମକୋର୍ଟରେ ଏବେ ଅବକାଶ ଜାରି ରହିଛି । କିନ୍ତୁ ଏହି ସମୟରେ ମାମଲା ଦାୟର ହୋଇଥିଲା, ଏବଂ ସୁପ୍ରିମକୋର୍ଟଙ୍କ ଏହି ମାମଲାର ଶୁଣାଣି କରିଛନ୍ତି । ବିମାନର ମଝି ସିଟ୍‌ ବୁକିଂ ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ମଝି ସିଟ୍‌ ବୁକିଂକୁ ନେଇ ଚାଲିଥିବା ବିବାଦରେ କିଛିଟା ଅନ୍ତ ଘଟିଛି ବୋଲି ମନେ କରାଯାଉଛି । ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ବୁକିଂ ହେବେ ବିମାନର ମଝି ସିଟ୍‌

No comments:

Post a Comment