Sunday, 25 September 2022

ଟୁନି ର ପରିବା ବେପାର

 ଗୋଟିଏ ଦିନ ର କଥା  

ଟୁନି👇

ଗୋଟେ ଜେଗାରେ ଟୁନି ଚଡ଼େଇ ଆଉ  ତା ଝିଅ ସହିତ ଭିକ ମାଗୁଥିଲେ 

ଭାଇ ଭଗବାନ ନାରେ କିଛି ଦିଅ ମୋ ଝିଅ ସକାଳୁ କିଛି ଖାଇନି 

ପାର👇

ଅରେ ଜା ତମ ମାନଙ୍କ ଆଉ କିଛି କାମ ନାହିଁ ସେଠି ପାଇଁ ଖାଲି ଭିକ ମଗୁଛ

ଭଗବାନ ହାତ ଗୋଡ଼ ଦେଇ ଛନ୍ତି ଯାଇକି କିଛି କାମ କରୁନ

ଏମିତି ଭିକ ମାଗିଲେ କିଏ ତମ କୁ ଭିକ ଦେବ

ଟୁନି👇

ପରା ଭାଇ ଆମେ ହେଉଚୁ ଗରିବ ଆମକୁ କିଏ କାମ କରିବା ପାଇଁ ଦେଵ


ତାପରେ କିଛି ସମୟ ଏମିତି ଗଲା କେହି ବି ଟୁନି ଚଡ଼େଇ କୁ ଭିକ ଦେଲେନି

ଟୁନି ଚଡ଼େଇ ବହୁତ ଦୁଃଖରେ ବସିଥିଲା 


ସେଠାରେ ସୁଆ ଆସିଲା


ସୁଅ👇

ଟୁନି ଚଡ଼େଇ ତୁ କଣ ପାଇଁ ଏମିତି ମନ ଦୁଃଖରେ ବସିଚୁ 


ଟୁନି👇

ଶୁଆ ଭଉଣୀ ମୋ ଝିଅ ସକାଳୁ କିଛି ଖାଇନି ତାକୁ ବହୁତ ଭୁକ କଲାଣି


ସୁଅ👇

ଟୁନି ଭଉଣୀ ନିଅ କିଛି ମୋ ପାଖରେ ଖାଇବା ଥିଲା ଖାଇ ଦିଅ 


ତାପରେ ଟୁନି ଚଡ଼େଇ ଆଉ ତା ଝିଅ ଖାଇବା ଖାଇ ଦେଲେ


ଶୁଆ👇

ଟୁନି ଭଉଣୀ ଗୋଟେ କଥା କହିବି ତମେ ଖରାପ ଭାବିବନି ତମେ କଣ ପାଇଁ କିଛି 

କାମ କରୁନ ଏମିତି ସବୁ ଦିନ କେତେ ଭିକ ମାଗୁଥିବ


ଟୁନି👇

ଶୁଆ ଭଉଣୀ ମୋତେ କେହି କାମରେ ରଖୁ ନାହାନ୍ତି ମୁଁ ଗରିବ ବୋଲି


ଶୁଆ👇

ତମେ ଟୁନି ଭଉଣୀ ଗୋଟେ କାମ କର ଆମ ବଜାର ରେ ସବୁ ପ୍ରକାର ପାରିବ ବିକ୍ରି

କରୁଛନ୍ତି 

ତମେ ଯାଇକି ଖରପେ ହୋଇ ଯାଇଥିବା ପାରିବା ଆଣିକି ସେଥିରୁ ମଞ୍ଜି

ବାହାର କରି ତାକୁ ତମେ ଚାଷ କର ତାପରେ ଯାହା ପରିବା ବାହାରିବା ସେ ପରିବା କୁ ତମେ ବିକ୍ରି କରିବା


ଟୁନି 👇

ହଁ ଶୁଆ ଭଉଣୀ ମୁଁ ଆଜି ଠୁ ସେ ପରିବା ଚାଷ କରିବି



ତାପରେ ଟୁନି ଚଡ଼େଇ ବଜାର ରୁ ଯାଇକି ପାଚିଲା ପରିବା ଆଣିଲା ଆଉ ସେ ପରିବା ରୁ ମଞ୍ଜି ବାହାର କରି ଦେଲା


ଟୁନି👇

ମୁଁ ଯାଉଛି ଏ ମଞ୍ଜି କୁ ନଦୀ ପାଖରେ ଲଗେଇ ଦେବୀ 


ତାପରେ ଟୁନି ଚଡ଼େଇ ପାରିବା ମଞ୍ଜି କୁ ଲେଗେଇ ଦେଲା


ସବୁ ଦିନ କିଛି ସମୟ ଟୁନି ଚଡ଼େଇ ଭିକ ମଗୁଥାଏ ଆଉ କିଛି ସମୟ ତା ପରିବା ଚାଷ କରୁ ଥାଏ


କିଛି ଦିନ ବିତି ଗଲାପରେ ତାର ବହୁତ ପ୍ରକାର ସୁନ୍ଦର ସୁନ୍ଦର ପାରିବ ହେଲା



ଟୁନି👇

ମୁଁ ଯାଉଛି ଏ ପରିବା କୁ ବିକ୍ରି କରିଦେବୀ 

ହେଲେ ମୋ ପାଖରେ ବିକିବା ପାଇଁ ଠେଲା ନାହିଁ 

ଯାଉଛି ଶୁଆ ଭଉଣୀ ପାଖରୁ ଆଣିବି



ତାପରେ ଟୁନି ଚଡ଼େଇ ପାଖକୁ ଗଲା 



ଟୁନି 👇

ଶୁଆ ଭଉଣୀ ତମେ କେମିତି ଅଛ ଭଲ ଅଛ ତ 

ଶୁଆ👇

ମୁଁ ବହୁତ ଭଲ ଅଛି ତୁ କହ ଟୁନି ଭଉଣୀ ତୁ କେମିତି ଅଛୁ 

ଆଉ ତାର ପାରିବ ଚାଷ କେମିତି ହେଲା


ଟୁନି👇

ଶୁଆ ଭଉଣୀ ମୋର ପାରିବ ଚାଷ ବହୁତ ଭଲ ହୋଇଚି 

ଶୁଆ ଭଉଣୀ ତମ ପାଖକୁ ଗୋଟେ କାମରେ ଆସିଛି 

ତମ ପାରିବ ଠେଲା କିଛି ଦିନ ପାଇଁ ଦେଇ ପାରିବ ମୁଁ 

କିଛି ଦିନ ପରେ ମୁଁ ତମକୁ ତମ ପାରିବ ଠେଲା ଦେଇ ଦେବୀ


ଶୁଆ👇

ଅରେ ତୁ ଏମିତି କଣ କହୁଚୁ ମୋର ଆଉ ଗୋଟେ ଠେଲା ଅଛି ତୁ  ନେଇଜା



ତାପରେ ଟୁନି ଚଡ଼େଇ ଜଙ୍ଗଲ କୁ ଆସିଲା ଆଉ ତାର ପାରିବ ବେପାର  ଆରମ୍ଭ କଲା 


କାଉ👇

ଅରେ ଭଉଣୀ ତମ ଟମାଟୋ kg କେତେ 

ଟୁନି👇

ଭାଇ ଟମାଟୋ kg ୨୦ ଟଙ୍କା 

କାଉ👇

 ହଉ ମୋତେ 2 kg ଦିଅ 

 ଆଉ ଯଦି ତମ ପାରିବ ଭଲ ଲାଗିଲା ତାହେଲେ ଜଙ୍ଗଲ ରେ ରହୁ ଥିବା ଚଡ଼େଇ

 ମାନଙ୍କୁ କହିବି 

 ଆସିକି ତମ ପାଖରୁ ପାରିବ ନେଇ ଯିବେ


 ତାପରେ ଟୁନି ଚଡ଼େଇ ପାଖରୁ ଆସ୍ତେ ଆସ୍ତେ ଜଙ୍ଗଲ ରେ ରହୁଥିବା ଚଡ଼େଇ ମାନେ

 ପାରିବ ନେଇ ଗଲେ 

 ଆଉ କିଛି ସମୟ ରେ ସବୁ ପରିବା ସରିଗଲ

 

ତାପରେ ଯାହା ପାଇସ ହେଲା କିଛି ପାଇସ ତା ପାଖରେ ରଖୀ ଆଉ ଯାହା ପଇସା

ବଳିଲା ସେ ପଇସା ରେ ପନି ପାରିବ ଆଣି ଜଙ୍ଗଲ ରେ ବିକ୍ରି କଲା 

ଆଉ ଟୁନି ର ଅଧିକ ଲାଭ ହେଲା 


କିଛି ଦିନରେ ସେ ବହୁତ ବଡ଼ ଗୋଟିଏ ପାରିବ ଦୋକାନ ଦେଲା



ସେ ବାଟରେ ପାରା ଚଡ଼େଇ ଯାଉଥିଲା 



ପାରା👇

ଅରେ ଆମ ଜଙ୍ଗଲ ରେ  ଏତେ ବଡ଼ ପରିବା ଦୋକାନ କିଏ ଦେଇଛି

ମୁଁ ଯାଏ ଦେଖି କି ଆସେ




ତାପରେ ପାରା ସେ  ଦୋକାନ ପାଖକୁ ଗଲା 


ପାରା👇

ଅରେ ଏତ ଜଙ୍ଗଲ ରେ ବୁଲି ବୁଲି ଭିକ ମାଗୁଥିଲେ ଆଜି ତାକ ପାଖରେ ଏଡ଼େ ବଡ଼ 

ପରିବା ଦୋକାନ


ପାରା,👇

ତମେ ଟୁନି ଚଡ଼େଇ ନା ଯିଏ ବୁଲି ବୁଲି ଭିକ ମାଗୁଥିଲେ 


ଟୁନି👇

ହଁ ମୁଁ ସେ ଟୁନି ଚଡ଼େଇ ଯିଏ ଦିନେ ବୁଲି ବୁଲି ଭିକ ମଗୁଥିଲା 

ମୋର ପରିଶ୍ରମ ଫଳରେ ଆଜି ମୁଁ ଆଜି ଗୋଟେ ବହୁତ 

ବଡ଼ ପାରିବା ଦୋକାନ ଦେଇ ପାରିଛି

ଆଉ ବହୁତ ଖୁସି ଅଛି


ହଁ ତମେ ଗୋଟେ କଥା ମନେ ରଖ ବିପଦ ସମୟରେ କାହାକୁ ମଜା କରିବା କଥା ନୁହେଁ


ତାପରେ ପାରା ନିଜର ଭୁଲୁ ବୁଝିପାରିଲା




........👌🙏